Latest Odisha News

BREAKING NEWS

ଝାରସୁଗୁଡାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଇବ ଅଞ୍ଚଳରେ ଥିବା କୋଇଲା ଖାତ ନିକଟରେ ରବିବାର ସକାଳେ ଚାରିଟି କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।

ଖବର ଅନୁଯାୟୀ, କୋଇଲା ବୋଝେଇ ୬୦ ଟି ୱାଗନ୍ ସକାଳ ପ୍ରାୟ ୪ ଟାରେ ଇଞ୍ଜିନରୁ ଅଲଗା ହୋଇ ପ୍ରାୟ ଏକ କିଲୋମିଟର ପଛକୁ ଗଡିଯାଇ ଇବ ନିକଟରେ ଥିବା ଏକ କୋଇଲା ଖାତକୁ ଧକ୍କା ଦେଇଥିଲା । ଯାହାଫଳରେ ଚାରିଟି ୱାଗନ୍ ଲାଇନଚ୍ୟୁତ ହୋଇଥିଲା।

ଚାରି ଦିନ ପୂର୍ବରୁ ୱାଗନଗୁଡ଼ିକ କୋଇଲାରେ ଭର୍ତ୍ତି ହୋଇଥିଲା ବୋଲି ଏମସିଏଲ ସୂତ୍ରରୁ ପ୍ରକାଶ।

ଏହି ଦୁର୍ଘଟଣା ଯୋଗୁଁ ଅତିକମରେ ଚାରି ଦିନ ଲାଗି କୋଇଲା ପରିବହନ ବାଧାପ୍ରାପ୍ତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.