Latest Odisha News

ଢିଙ୍କିଆରୁ ଜିନ୍ଦଲକୁ ହଟାଇବାକୁ ଦାବି, ଦୋହରାଇଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଢିଙ୍କିଆରେ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ଝଟକା। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ ବା ଏନଜିଟି ଜିନ୍ଦଲ କମ୍ପାନୀର ପରିବେଶ ମଞ୍ଜୁରୀକୁ ବାତିଲ କରିଛି। ଏହାପରେ ସଂପୃକ୍ତ କମ୍ପାନୀ ନିର୍ମାଣ କାମ ଜାରି ରଖିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ। ଆଉ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବ ଉଚିତ ବୋଲି ପରିବେଶବିତ କହିଛନ୍ତି। ଏବଂ ଗଛ କଟା ବନ୍ଦ ସହ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଜିନ୍ଦଲ କମ୍ପାନୀକୁ ହଟାଇବାକୁ ପ୍ରକଳ୍ପ ବିରୋଧୀ ଦାବି କରିଛନ୍ତି।

ଢିଙ୍କିଆ ଚାରି ଦେଶର ଉପକୂଳରେ ଥିବା ଜଙ୍ଗଲର ଅଧିବାସୀଙ୍କୁ ପରମ୍ପରାଗତ ଜଙ୍ଗଲବାସୀ ଭାବେ ସ୍ବୀକାର କରିଛନ୍ତି  ହାଇକୋର୍ଟ। ସେମାନଙ୍କ ଜଙ୍ଗଲ ଜମିକୁ ଜିନ୍ଦଲ କମ୍ପାନୀକୁ ହସ୍ତାନ୍ତର କରିବା ଉପରେ ହାଇକୋର୍ଟ ସ୍ଥଗିତଦେଶ ଲଗାଇଛନ୍ତି। ତଥାପି କମ୍ପାନୀ କାହା ସାହାସରେ ଜଙ୍ଗଲ ଜମିକୁ ପଦା କରି ନିର୍ମାଣ କାମ ଚଳାଇଛି ବୋଲି ଲୋକଶକ୍ତି ଅଭିଯାନ ପ୍ରଶ୍ନ କରିଛି।

କମ୍ପାନୀ ଏଭଳି କରିବା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହିତ ସମାନ ଏବଂ ଏଥିସହ କମ୍ପାନୀ ଯେଉଁ କାମ କରୁଛି ତାହା ମାନବିକ ଅଧିକାରର ବାରମ୍ବାର ଉଲ୍ଲଂଘନ ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନ ସାମ୍ବାଦିକ ସମ୍ମିଳନୀ କରି କହିଛି। ରାଜଧାନୀ ଲୋହିଆ ଏକାଡେମୀରେ ଆୟୋଜିତ ଏହି ପ୍ରେସମିଟରେ ପରିବେଶବିତ ପ୍ରଫୁଲ ସାମନ୍ତରାଙ୍କ ବ୍ୟତୀତ ବରିଷ୍ଠ ସାମ୍ବାଦିକ ରବି ଦାସ ଏବଂ ପ୍ରକଳ୍ପ ବିରୋଧୀ ନେତା ପ୍ରଶାନ୍ତ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫୁଲ ସାମନ୍ତରା କହିଛନ୍ତି, ହଜାର ହଜାର ଲୋକଙ୍କୁ ମିଛ କେସରେ ଗିରଫ କରୁଛି ପୋଲିସ। ଏଯାଏଁ ସେହି ଅଞ୍ଚଳରେ ସ୍ଵାଭାବିକ ଅବସ୍ଥା ଫେରିନାହିଁ। ପୋସ୍କୋ କେଉଁ କାଳୁ ଓଡ଼ିଶା ଛାଡ଼ି ଗଲା ପରେ ବି ସେହି ସମୟର ଆନ୍ଦୋଳନକାରୀ ଙ୍କୁ ଗିରଫ କରାଯାଉଛି। ଏନଜିଟି ପୋସ୍କୋ ବିରୋଧରେ ଯେଉଁ ଅଭିଯୋଗ ଗୁଡ଼ିକ ଗ୍ରହଣ କରି ପରିବେଶ ମଞ୍ଜୁରୀକୁ ବାତିଲ କରିଥିଲା। ଏବେ ତାଠୁ ଅଧିକ ସଂଘାତିକ ଦାବି ଜିନ୍ଦଲ ବିରୋଧରେ ରହିଛି। ତେଣୁ ପରିବେଶ ମଞ୍ଜୁରି ବାତିଲ ହୋଇଛି।

ଏଥିସହ ପସ୍କୋ ଅମଳରୁ ଆନ୍ଦୋଳନକାରୀଙ୍କ ବିରୋଧରେ ଯେଉଁ ସବୁ ମାମଲା ପ୍ରତ୍ୟାହାର କରି ଜେଲରେ ଥିବା ଲୋକଙ୍କୁ ବିନା ସର୍ତ୍ତରେ ଛଡାଯାଉ। ସେହି ଅଞ୍ଚଳରୁ ପୋଲିସ କ୍ୟାମ୍ପ ହଟାଯାଉ ବୋଲି ମଧ୍ୟ ଦାବି ହୋଇଛି। ବହୁଗଛ କଟା ହେବା ଯୋଗୁଁ ସହ ସହ ସଂଖ୍ୟାରେ ଜଂଗଲି ଜନ୍ତୁଙ୍କ ହତ୍ୟା ହେଉଛି ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.