Latest Odisha News

ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ

ତେଲେଙ୍ଗାନା : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୋଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ୟରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଛି । ସେହିପରି ମେସ୍ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜଙ୍କୁ ନିକଟସ୍ଥ ଏଟୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.