Latest Odisha News

BREAKING NEWS

ଗନ୍ ପଏଣ୍ଟରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

କୋରାପୁଟ: ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ବନ୍ଧୁକ ମୁନରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗ୍ରାମରୁ । ଏନେଇ ରବିବାର ଜୟପୁରର ମହିଳା ଥାନାରେ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଓ ପିଲାମାନେ ଖାଇସାରି ଶୋଇଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଧମକ ଚମକ ଦେବା ସହିତ ବନ୍ଧୁକ ବାହାର କରି ଡରାଇ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ରବିବାର ଦିନ ସକାଳେ ପୀଡ଼ିତା ଜଣକ ମହିଳା ଥାନାରେ ଲିଖିତ ଅଭଯୋଗ କରିଥିଲେ । ପୋଲିସ ପକ୍ଷରୁ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ଦୁଇଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ ।

ଅନ୍ୟପଟେ ଅଭିଯୋଗକୁ ଭିତ୍ତି କରି ଥାନାରେ ୧୦୬ ନମ୍ବର ମାମଲା ରୁଜୁ ହୋଇଛି । ଏହାର ତଦନ୍ତ ପାଇଁ ଏକ ଟିମ୍ ଗଠିତ ହୋଇଛି । ଅଭିଯୁକ୍ତମାନଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଜୟପୁର ଏସଡିପିଓ କହିଛନ୍ତି ।

Leave A Reply

Your email address will not be published.