Latest Odisha News

BREAKING NEWS

ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: କଂଗ୍ରେସର ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି । ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଏହି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିଲା । ଗାନ୍ଧୀ ମାର୍ଗ ନିକଟରେ ପୋଲିସ ଅଟକାଇବାରୁ ଉତେଜନା ଦେଖାଦେଇଥିଲା । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ପେଟ୍ରୋଲ ଓ ଡିଜେଲ ଦର କମାଇବା ଦାବିରେ ଆଜିର ବନ୍ଦ ପାଳନ ହୋଇଥିଲା ।

Leave A Reply

Your email address will not be published.