Latest Odisha News

ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ଲୋକାର୍ପିତ

ଭୁବନେଶ୍ୱର : କଥାକାର ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ କଥାକାର ଦାଶ ବେନେହୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପୁସ୍ତକର ସମୀକ୍ଷା କରି କହିଥିଲେ ଯେ ପୁସ୍ତକଟିରେ ଲେଖକଙ୍କ ଜୀବନର ଅନୁଭୂତି ସବୁକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ନରହରି ମହାନ୍ତି , ନୃସିଂହ ପ୍ରସାଦ ମିଶ୍ର , ମୃତ୍ୟୁଞ୍ଜୟ ରଥ ଏବଂ ସତ୍ୟବ୍ରତ ତ୍ରିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.