Latest Odisha News

BREAKING NEWS

ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ୫ ବିଜେପି କର୍ମୀ ଆହତ

କେନ୍ଦୁଝର: ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌। ଘଟଣାରେ ୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ହାଟଡିହି ବ୍ଲକ୍‌ ଧନୁର୍ଜୟପୁରରେ ବାଣ ଫୁଟାଇ ଖୁସି ମନାଉଥିଲେ ବିଜେପି ସମର୍ଥକ। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା।

ଶପଥ ଗ୍ରହଣ ଉତ୍ସବରେ ଧନୁର୍ଜୟପୁର ଗ୍ରାମରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ମନାଉଥିଲେ। ଗ୍ରାମର ସିଲାଇ ବିରୁଆ ଓ ତାଙ୍କ ପୁଅ ବାଣ ନଫୁଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ବଚସା ହୋଇଥିଲା। ପରେ ବାପ-ପୁଅ ରକ୍ତମୁଖା ହୋଇ ଉଠିଥିଲେ। ବାଣ ଫୁଟାଉଥିବା ବିଜେପି କର୍ମୀମାନଙ୍କୁ କତାରେ ଆକ୍ରମଣ କରିବା ସହ ତୀରମାଡ଼ କରିଥିଲେ। ଏଥିରେ ୪ ଜଣଙ୍କୁ କତାରେ ଆକ୍ରମଣ କରାଯାଇଥିବା ବେଳେ ଜଣକ ତୀରମାଡ଼ କରାଯାଇଛି।

ଘଟଣାରେ ୫ ଜଣ ବିଜେପି କର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଜଣେ ବିଜେପି କର୍ମୀ ସୋସୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Comments are closed.