Latest Odisha News

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ

ଖଲ୍ଲିକୋଟ: ବାହାଘର ପ୍ରୋସେସନ ପାଲଟିଲା ରଣକ୍ଷେତ୍ର । ଖଲ୍ଲିକୋଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ । ବିବାଦକୁ ନେଇ ଜଣଙ୍କୁ ପିଠିରେ ଛୁରୀ ଭୂଷି ଆକ୍ରମଣ । ଗଣ୍ଡଗୋଳ ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଚଣ୍ଡୀ ପୀଠରେ ବାହାଘର ପ୍ରୋସେସନ ଚାଲିଥିବା ସମୟରେ ବିବାଦ ହୋଇଛି। ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ। ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବ ଶତ୍ରୁତାରୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Comments are closed.