Latest Odisha News

ନର୍ଦ୍ଦମା ପାଣିକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ

ରାୟଗଡ଼ା: ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ପାଟିତୁଣ୍ଡ ଓ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଅଜୟ ଖୋସଲା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଗ୍ରାମର ହରିଜନ ସାହିରେ ।

ସୂଚନା ଅନୁସାରେ, ଅଜୟ ଖୋସଲା ଓ ଗୋରେଖା ଖୋରାଙ୍କ ମଧ୍ୟରେ ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟ ବଚଷା ଲାଗି ରହିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳହେର ଅଜୟ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଳୟରେ ପହଞ୍ଚିଲାବେଳକୁ ଖୋସଲାଙ୍କ ମୃତ୍ୟୁ ହୋଇଯାଇଥିବା ଡ଼ାକ୍ତର ଜଣାଇଥିଲେ । ରାୟଗଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି । ମୃତ ଦେହକୁ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣଙ୍କ ବିରୋଧରେ ରାୟଗଡ଼ା ଥାନାରେ ଏତଲା ଦାୟର କରିଛନ୍ତି ମୃତକଙ୍କ ପରିବାର ।

Leave A Reply

Your email address will not be published.