Latest Odisha News

BREAKING NEWS

କାୟା ମେଲାଉଛି ଓମିକ୍ରନ୍: ୧୭ ଶହ ଛୁଇଁଲା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନି ବଢୁଛି । ସାରା ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ କେସ୍ ୧୭ଶହ ଛୁଇଁଛି । ମହାରାଷ୍ଟ୍ରରେ ଓମକ୍ରନ୍ କେସ୍ ପାଞ୍ଚ ଶହ ପାର କରିଛି । ସେଠାରୁ ସର୍ବାଧିକ ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୫୧ । କେରଳରେ ଏହି ସଂଖ୍ୟା ୧୫୬ ରହିଛି । ଗୁଜରାଚରେ ୧୩୬, ତାମଲନାଡୁରେ ୧୨୧, ରାଜସ୍ଥାନରେ ୧୨୦ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାରୁ ୬୭, କର୍ଣ୍ଣାଟକରୁ ୬୪, ହରାୟାଣାରୁ ୬୩ ଏବଂ ଓଡ଼ିଶାରୁ ୩୭ଟି ନୂଆ ଭାରିଆଣ୍ଟ କେସ୍ ବାହାରିଛି ।

Leave A Reply

Your email address will not be published.