ଲକ୍ଷ୍ନୌ: ଆଜିଠାରୁ ପୁଣି ଆରମ୍ଭ ହୋଇଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଶାହି ଜାମା ମସଜିଦର ସର୍ଭେ । ଉଭୟ ପକ୍ଷର ଉପସ୍ଥିତିରେ ଏହି ସର୍ଭେ କରାଯାଇଛି । ଏହି ସମୟରେ ସର୍ଭେକୁ ବିରୋଧ କରିଥିଲେ କିଛି ବିକ୍ଷୋଭକାରୀ । ପୋଲିସ ବିରୋଧ କରିବାରୁ ପୋଲିସ ଉପରକୁ ଢେଲା ପଥର ଫିଙ୍ଗିଥିଲେ ବିକ୍ଷୋଭକାରୀ । ସେପଟେ ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା।
ଅନ୍ୟପଟେ ବିକ୍ଷୋଭକାରୀଙ୍କ ଉତ୍ତେଜନା ପରେ ମସଜିଦର ସର୍ଭେ କାମ ବନ୍ଦ କରାଯାଇଛି । ପରିସ୍ଥିତିକୁ ସୁଧାରିବାକୁ ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଗ୍ୟାସ ମାଡ କରିଛି । ମସଜିଦ ଭିତରେ ଏହି ସର୍ଭେ କରାଯାଉଥିବା ବେଳେ ମସଜିଦ ବାହାରେ ଠିଆ ହୋଇଥିବା କିଛି ବିକ୍ଷୋଭକାରୀ ପୋଲିସ ଉପରକୁ ପ୍ରଥମେ ପଥର ଫିଙ୍ଗିଥିଲେ। ଆଜି ସକାଳ ୭.୩୦ରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛି ସମୟ ପରେ ବିକ୍ଷୋଭକାରୀମାନେ ଆସି ନାରାବାଜି ଆରମ୍ଭ କରିଥିଲେ । ଏହା ପରେ ସର୍ଭେ କରିବାକୁ ଆସିଥିବା ଟିମ୍ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରିସ୍ଥିତି ଭୟଙ୍କର ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲେ ।