Latest Odisha News

ମାଟ୍ରିକ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଦଶମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର: କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ସରକାର ବାତିଲ କରିଛନ୍ତି । ଗତକାଲି ଏହି ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହପାପରେ ଆଜି ତାଙ୍କୁ ସରକାରୀ ବାସଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି ଦଶମ ଶ୍ରେଣୀ ଛାତ୍ର । କରୋନା ସଂକ୍ରମଣ ବଢୁଥିବା ବେଳେ ପରୀକ୍ଷା ବନ୍ଦ ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ଛାତ୍ର ।

କରୋନା ଯୋଗୁ ପ୍ରଥମେ ସିବିଏସଇ ଓ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା । ଏହାପରେ ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ ପାଇଁ ଜୋର ଧରିଥିଲା ଦାବି । ଏପରିକି ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ସହ ନବୀନ ନିବାସ ଆଗରେ ଧାରଣା ବି ବସିଥଲେ । ଶେଷରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ହୋଇଛି ।

Leave A Reply

Your email address will not be published.