Latest Odisha News

BREAKING NEWS

ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ୪ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ବର: ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ସମୟରେ ଧନୁପାଲିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ଅୟୁଷ୍ମାନ ବେହେରା ପାଠପଢ଼ି ସାରି ଘରକୁ ଫେରୁଥିଲେ । ସାମ୍ନା ପଟୁ ଏକ ଟ୍ରାକ୍ଟର୍ (ଓଡି-୧୫ ଡବ୍ଲ୍ୟୁ ୮୧୧୫) ତାଙ୍କୁ ଧକ୍କା ଦେଇଥିଲା।ସେଠାରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଆୟୁଷ୍ମାନ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed.