ମୟୂରଭଞ୍ଜ: ସ୍କୁଲ ହଷ୍ଟେଲରେ ସବୁ ସୀମା ଟପିଲେ ଉପର ଶ୍ରେଣୀର ଛାତ୍ର । ଖେଳ ସମୟରେ ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ଖେଳୁଥିବାରୁ ତାଙ୍କ ଉପରେ ରାଗିଂ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।
ନବମ ଶ୍ରେଣୀର ଛାତ୍ରମାନେ ୩ ଜଣ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଣ୍ଟେଇଥିବା ଛାତ୍ରଙ୍କୁ ପଚାରିବାରୁ ସେମାନଙ୍କୁ ନବମ ଶ୍ରେଣୀର ଛାତ୍ର ଆଣ୍ଠେଇଥିବା ସେମାନେ କହିଥିଲେ ।
ସେମାନଙ୍କ କହିବାନୁସାରେ ୮ ରୁ ୯ ଜଣ ଛାତ୍ର ଜୁନିୟର ପିଲାଙ୍କୁ ମାଡ ମାରିବା ସହ ଆଣ୍ଟେଇ ଦେଇଛନ୍ତି । ଦୀର୍ଘ ସମୟ ଧରି ଏହିପରି ଆଣ୍ଠେଇ ଦେଇ ଥିଲେ ଏବଂ ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଅଭିଭାବକଙ୍କୁ ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଅଭିଭାବକମାନେ ଏ ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ବାବଦରେ ଶୁଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।