Latest Odisha News

BREAKING NEWS

ଶ୍ରେଣୀ ଗୃହରେ ବସିଥିବା ବେଳେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ୯ମ ଶ୍ରେଣୀର ଜଣେ ଛାତ୍ରୀ କ୍ଲାସ୍ ରୁମରେ ଥିବାବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି। ପଢୁଥିବା ବେଳେ ଛାତ୍ର ହଠାତ୍ ଅଚେତ ହୋଇପଡ଼ିଥିଲେ।

ଏହି ଘଟଣା ପରେ ସ୍କୁଲ ପ୍ରଶାସନ ତୁରନ୍ତ ଛାତ୍ରୀଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରୋ କାଭେରିପକ୍କମ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭେଲୋର ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ମୃତ୍ୟୁ ପଛର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ତେବେ ମାମଲାରେ ସମସ୍ତ ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି।

Comments are closed.