Latest Odisha News

ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଏତଲା ପରେ ଫେରାର ଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟାଗଡ଼ ଅଞ୍ଚଳରେ ଥିବା ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ନାବାଳିକା ଜଣକ ସାମାନ୍ୟ ଜଟିଳତା ଅନୁଭବ କରିବାରୁ ତାଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଲାବୋରେଟୋରିରେ ରକ୍ତ ନମୁନା ପରୀକ୍ଷା କରିବା ସମୟରେ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଛି। ସେ କହିଛନ୍ତି, ଗତ କିଛି ଦିନ ହେବ ନାବାଳିକା ଜଣକ ଅନେକ ଥର ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ପରୀକ୍ଷାରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ଏକ ସୂତ୍ରରୁ ପ୍ରକାଶ।

ତେବେ ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆବାସିକ ବିଦ୍ୟାଳୟର ଜଣେ ଶିକ୍ଷକ ତୁରନ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସେପଟେ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଯୁବତୀଙ୍କ ପରିବାରକୁ ପୋଲିସରେ ଅଭିଯୋଗ ନକରିବା ପାଇଁ ଧମକ ଦେଉଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

Comments are closed.