Latest Odisha News

BREAKING NEWS

ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ, ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ସୁଦ୍ଧା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା। ଏନେଇ ନିର୍ଦ୍ଦେଶ ଦେଇଛି ୟୁଜିସି। ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ନୂଆ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବା। ଏନେଇ ୟୁଜିସି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଚଳିତବର୍ଷ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜୁନ୍ ୨୩ ସୁଦ୍ଧା ଶେଷ ହୋଇଯାଇଛ। ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳାଫଳ ପ୍ରକାଶିତ ହେବ। ତେଣୁ ପିଲାଙ୍କ ଶିକ୍ଷା ବିକାଶକୁ ଲକ୍ଷରେ ରଖି ଅଗଷ୍ଟ ୧୬ ତାରିଖ ସୁଦ୍ଧା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ ହେବ।

ଚଳିତ ବର୍ଷ ନୂତନ ଏକାଡେମିକ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର କହିଛନ୍ତି ଯେ ଚଳିତ ବର୍ଷ ନାମଲେଖା ଫି ଫେରସ୍ତ ପ୍ରକ୍ରିୟାକୁ ଅଧିକ କଡାକଡି କରାଯାଇଛି। ଯଦି ଜଣେ ଶୀକ୍ଷାର୍ଥୀର ୩୦ ସୁଦ୍ଧା ନାମଲେଖା ବାତିଲ ହୁଏ ତେବେ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ। ସେହିପରି ଅକ୍ଟବର ୩୧ ସୁଦ୍ଧା ଶିକ୍ଷାର୍ଥୀ ନିଜ ଆଡୁ ନାମଲେଖା ପ୍ରତ୍ୟାହାର କଲେ କେବଳ ୧୦୦୦ ଟଙ୍କା କଟାଯାଇ ବାକି ସମସ୍ତ ଫି ଫେରସ୍ତ କରାଯିବ। ଏଥିପାଇଁ ଏକ ସର୍କୁଲାର ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.