Latest Odisha News

BREAKING NEWS

ଦିଗପହଣ୍ଡି ସଡକ ଦୁର୍ଘଟଣା; ଦୁଃଖ ପ୍ରାକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେକାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ  ରିଲିଫ  ପାଣ୍ଠିରୁ ଦିଆଯିବ।

ଏହି  ଦୁର୍ଘଟଣାରେ  ଆହତମାନଙ୍କ ଆରୋଗ୍ୟ କାମନା କରିବା  ସହିତ ସେମାନଙ୍କୁ ମାଗଣାରେ ଉପଯୁକ୍ତ  ଚିକିତ୍ସା  ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଘଟଣାସ୍ଥଳକୁ  ଯାଇ  ବିପନ୍ନଙ୍କୁ  ସହାୟତା  ଯୋଗାଇଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବୁଝିବାକୁ  ମୁଖ୍ୟମନ୍ତ୍ରୀ  ଅର୍ଥ  ମନ୍ତ୍ରୀ  ଶ୍ରୀ  ବିକ୍ରମ  ଆରୁଖ  ଏବଂ  ଗଞ୍ଜାମ  DPCC ଅଧ୍ୟକ୍ଷ ବିଧାୟକ  ବିକ୍ରମ  ପଣ୍ଡାଙ୍କୁ  ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.