Latest Odisha News

BREAKING NEWS

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର
ସଂଗୀତ: ବାଳକୃଷ୍ଣ ଦାଶ
ଗାୟନ : ସନ୍ଧ୍ୟା ମୁଖାର୍ଜୀ
ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦

ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା
ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ
ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ
ଗୁଞ୍ଜନ ଦେଇ ଯା ଯା
ଫୁଲରସିଆରେ

ମନ ମୋର ଛୁଇଁ ଛୁଇଁ ଯା ଯା
ଯା’ନାରେ ଫେରି ଆସି ପାଶେ ଯା’ନା
ଗା’ ମନ ଭରି କରନା ତୁ’ ମନା
ଗା’ ମନ ଭରି କରନା ତୁ’ ମନା
ଝୁରିଲେ କି ଆଉ ଆସିବ ଏ ଦିନ
ଝୁରିଲେ କି ଆଉ ଆସିବ ଏ ଦିନ
ହସିଲୋଟି ଗାଇ ଯା ଯା
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା

ସାଜି କେତେ କୁଞ୍ଜେ
କେତେ ଫୁଲଶେଯେ
ମହକ ଛୁଟାଇ ମରେ ନିତି ଲାଜେ
ସାଜି କେତେ କୁଞ୍ଜେ
କେତେ ଫୁଲଶେଯେ
ମହକ ଛୁଟାଇ ମରେ ନିତି ଲାଜେ
ଲାଜ ତେଜି ଆଜି କରୁଛି ଅରଜି
ଲାଜ ତେଜି ଆଜି କରୁଛି ଅରଜି
ଥରେ ଧୀରେ ଚାହିଁ ଯା ଯା
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହି

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.