Latest Odisha News

BREAKING NEWS

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ

ଗୀତ: ସଂଗ୍ରାମ ମହାନ୍ତି
ସଙ୍ଗୀତ : ସରୋଜ ପଟ୍ଟନାୟକ
ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ
ଚଳଚ୍ଚିତ୍ର : ଅଭିଳାଷ, ୧୯୮୪

ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ

ମୁଁ ଯେ ଗୀତି ତୁମେ, ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ମୁଁ ଯେ ଗୀତି ତୁମେ, ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ଫଗୁଣର ଫଗୁ ଭିଜା ବଗିଚାରେ ମୋର
ସୁରଭି ମୁଁ, ତୁମେ ତ ସମୀର
କଇଁ ମୁଁ, ତୁମେ ଜହ୍ନ, ମୁଁ ଆଖି, ତୁମେ ସ୍ୱପ୍ନ
ଚିରନ୍ତନ ଆମେ ଏଇ ଦୁନିଆରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ

ମୋର ମନ ଦରପଣେ ବିମ୍ବିତ ଲାଜେ, ତୁମରି ସେ ରଙ୍ଗୀନ ମନ
ମୋର ମନ ଦରପଣେ ବିମ୍ବିତ ଲାଜେ, ତୁମରି ସେ ରଙ୍ଗୀନ ମନ
ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି, ଆମେ ଦୁହେଁ ଥିବା ଚାଲି
ଜୀବନର ଚଲାପଥ ଉପରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ

ପ୍ରିୟତମ ତୁମେ ମୋର ତୃଷ୍ନାର ଜଳ, ତୁମେ ହିଁ ତ ମୋ ମନର ମନ
ପ୍ରିୟତମ ତୁମେ ମୋର ତୃଷ୍ନାର ଜଳ, ତୁମେ ହିଁ ତ ମୋ ମନର ମନ
ଭଲପାଇ ତୁମକୁ ମୁଁ, ପାଇଛି ନିଜକୁ
ବୁଝିଛି ମୋ ଅବୁଝା ସପନ
ଜନମ ଜନମ ପାଇଁ, ତୁମେ ଗୋ ଦେବତା ହୋଇ
ଆସୁଥିବ ମୋ ମନ ମନ୍ଦିରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ
ଏଇ ଝୁମା ଝୁମା ଗୋଲାପୀ ବେଳାରେ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.