Latest Odisha News

ଏନସିବି ପକ୍ଷରୁ ଆର୍ଯ୍ୟନଙ୍କୁ କ୍ଲିନଚିଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ କ୍ଲିନ ଚିଟ ମିଳିଛି । ଶୁକ୍ରବାର ଏନସିବି ପକ୍ଷରୁ ସ୍ପେଶାଲ କୋର୍ଟରେ ଜାରୀ କରାଯାଇଥିବା ଚାର୍ଜଶିଟରେ ଆର୍ଯ୍ୟନଙ୍କ ନାମ ନାହିଁ । କ୍ରୁଜରେ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ନିଶା ସାମଗ୍ରୀ ମିଳିଥିଲା । ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନ ମିଳିବାରୁ ମାମଲା ରୁଜୁ କରାଯାଇ ନ ଥିଲା । ଏନସିବି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସମୀର ୱାଙ୍ଖେଡଙ୍କ ଟିମ ଯାଂଚ ବେଳେ ଅଧିକାରୀମାନେ ଅନେକ ତ୍ରୁଟି କରିଥିଲେ । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ବର୍ଷ ମୁମ୍ବାଇରେ ଏନସିବି ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା । ୩ ସପ୍ତାହ ଜେଲରେ ରହିବା ପରେ ଶେଷରେ ତାଙ୍କୁ ଜାମିନ ମିଳିଥିଲା । ତଦନ୍ତ ବେଳେ ଏନସିବି ଜାଣିବାକୁ ପାଇଥିଲା ଆର୍ଯ୍ୟନଙ୍କ ନାମ କୌଣସି ଡ୍ରଗ ପ୍ୟାଡଲର ନେଇ ନ ଥିଲେ । ତାଙ୍କର ମେଡିକାଲ ଚେକଅପ କରାଯାଇ ନ ଥିଲା ଏବଂ ଅରବାଜ ମର୍ଚ୍ଚାଂଟକୁ ସେ ଡ୍ରଗ୍ସ ନେବା ପାଇଁ ମନା କରିଥିଲେ । ଏହି ସବୁ କାରଣରୁ ଆର୍ଯ୍ୟନ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହା ପରେ ସମୀରଙ୍କ ଅଡୁଆ ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.