Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁରୀ ପରିକ୍ରମା ପ୍ରକଳ୍ପ : ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସୁବ୍ରମଣ୍ୟମ ସ୍ୱାମୀ

ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ । ସାଙ୍ଗରେ ଅଛନ୍ତି ପରିବାର ସଦସ୍ୟ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ବିଭିନ୍ନ ଧାର୍ମିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେଇଛି । ଶ୍ରୀମନ୍ଦିର ପ୍ରକଳ୍ପ ବିଷୟରେ ଅବଗତ ଥିବା କହିଲେ ସୁବ୍ରମଣ୍ୟମ । ଆଇନଗତ ବାଧା ଯୋଗୁ ପ୍ରକଳ୍ପ କାର୍ଯ୍ୟ ବିବାଦରେ । ନବୀନଙ୍କୁ ସେ ଭଲଭାବରେ ଜାଣନ୍ତି ଏବଂ ବିଜୁ ବାବୁ ତାଙ୍କର ଥିଲେ ସହଯୋଗୀ । ଓଡିଶା ପ୍ରତି ରହିଛି ଭଲପାଇବା । କିନ୍ତୁ କାହିଁକି ଏପରି କରୁଛନ୍ତି ବିଶେଷ ହେବା ସେ ଆଲୋଚନା କରିବେ ବୋଲି ମତ ରଖିଛନ୍ତି ।

BjdElectrycity

ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରକଳ୍ପ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ପୁରୀରେ ବିକାଶ ନାଁରେ ପବିତ୍ର ଅସ୍ତିତ୍ୱର ବିଲୋପ ପାଇଁ ମାର୍ଗ ପ୍ରଶସ୍ତ କରାନଯାଉ । ପୁରୀର ବିକାଶକୁ ସେ ବିରୋଧ କରୁନାହାନ୍ତି, କିନ୍ତୁ ବିକାଶ ନାଁରେ ଐତିହ୍ୟକୁ ନଷ୍ଟ କରାନଯାଉ । ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ନୁହଁ। କେବଳ କୌଣସି ତ୍ରୁଟି ବା ବିବାଦ ଥିଲେ ସରକାର କିଛି ସମୟ ପାଇଁ ହସ୍ତକ୍ଷେପ କରିବା କଥା । ସରକାର ନ ଭାବନ୍ତୁ ଲୋକମତ ତାଙ୍କ ସପକ୍ଷରେ ଅଛନ୍ତି । ଲୋକମତ କେବେ ବି ବଦଳିଯାଇପାରେ ।ଶଙ୍କରାଚାର୍ଯ୍ୟ  କହିଥିଲେ ।

Leave A Reply

Your email address will not be published.