Latest Odisha News

କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ

କଳାହାଣ୍ଡି: କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଏକମାସ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମ ଚାଲିଛି।

ବିଜୁ ଜନତା ଦଳ ଟାଉନ ଉପସଭାପତି ରାଜୀପ ଲୋଚନ ଶତପଥିଙ୍କ ନେତୃତ୍ୱରେ ସମସ୍ତ ରବିବାରରେ ଟାଉନରେ ଥିବା ସବୁ ୱାର୍ଡ଼ର ଶ୍ମଶାନ ସଫେଇ କାର୍ଯ୍ୟକ୍ରମ କରାଯାଉଛି। ତାଙ୍କ ନେତୃତ୍ୱରେ ଦୁଆରସୁନି ଶ୍ମଶାନ ସଫା କରିଛନ୍ତି। ଏଥିରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ସମାଜସେବୀ ସଚ୍ଚିଦାନନ୍ଦ ମହାନନ୍ଦ ଓ ବିଜୁ ପରିବାରର କର୍ମକର୍ତ୍ତାମାନେ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave A Reply

Your email address will not be published.