ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସିଡିଏମଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀ ଜଗଦୀଶ ପଟ୍ଟନାୟକ ଏବଂ ଜଣେ ପିଅନ ନିରଞ୍ଜନ ନାୟକଙ୍କୁ ଲାଞ୍ଚ ନେଉଥିବା ସମୟରେ ବୁଧବାର ଦିନ ଭିଜିଲାନ୍ସ ଅଧିକାରୀ ମାନେ ଗିରଫ କରିଛନ୍ତି। ସେମାନେ ଜଣେ ଯୁବ ଡାକ୍ତରଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗିରଫ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
ତେବେ ଅନୁମୋଦିତ ଚୁକ୍ତିଭିତ୍ତିକ ଡାକ୍ତର ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଦୁଇ ଅଭିଯୁକ୍ତ ଲାଞ୍ଚ ଦାବି କରିଥିବା ନେଇ ଅଧିକାରୀମାନେ କହିଥିଲେ। ଖବର ମିଳିବା ପରେ ଯୋଜନା ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଏକ ଜାଲ ବିଛାଯାଇଥିଲା।ସେହିପରି କିରାଣୀଙ୍କ ଆୟବହିିର୍ଭୁତ ସମ୍ପତ୍ତି ରହିଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଭାବରେ ଚଢ଼ଉ କରାଯାଇଛି।
ଏଥିସହିତ ପିସି (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ମାମଲାର ଅଧିକ ତଦନ୍ତ କରାଯାଉଛି।
Comments are closed.