Latest Odisha News

ୟୁନିସ୍କୋ ରିପୋର୍ଟ: ଜଳବାୟୁ ପରିବର୍ତ୍ତନ ଦ୍ବାରା ଶିକ୍ଷା ଉପରେ ପଡୁଛି ନକରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ଆଜିର ଶିଶୁ । ଉଚ୍ଚ ଓ ଉଚିତ୍ ଶିକ୍ଷା ସେହି ଶିଶୁଟିକୁ କାଲିର ଦାୟିତ୍ବବାନ ନାଗରିକ କରିବାରେ ସହାୟକ ହୋଇଥାଏ । ହେଲେ ଉପଯୁକ୍ତ ଶିକ୍ଷା ପାଇଁ ଆବଶ୍ୟକ ପ୍ରତିକୂଳ ବାତାବରଣ । ହେଲେ ଏଇ ବାତାବରଣ ନେଇ ଏବେ ଡରାଇଲାଣି ୟୁନିସ୍କୋ । ଏବେ ଶିକ୍ଷାରେ ବାଧକ ସାଜୁଛି ପ୍ରାକୃତିକ ବିପର୍ଯ୍ୟୟ ବୋଲି ୟୁନିସ୍କୋ ତାର ରିପୋର୍ଟରେ ଦର୍ଶାଇଛି । ଜଳବାୟୁ ପରିବର୍ତ୍ତନଜନିତ ବିଭିନ୍ନ ସମସ୍ୟା ଯେପରି ଗ୍ରୀଷ୍ମ ପ୍ରବାହ, ଜଙ୍ଗଲ ନିଆଁ, ବନ୍ୟା, ବାତ୍ୟା, ମରୁଡି ଓ ଏହା ସହିତ ବିଭିନ୍ନ ସଂକ୍ରମିତ ରୋଗ, ଯାହା ପିଲାଙ୍କ ପାଠ ପଢାରେ ବାଧକ ସାଜିବାର ମୁଖ୍ୟ କାରଣ ବୋଲି ଦର୍ଶାଇଛି ଗ୍ଲୋବାଲ ଏଡୁକେସନ ମନିଟରିଙ୍ଗ ରିପୋର୍ଟ ବା ଜେମ୍ ।

ଗ୍ଲୋବାଲ ରିପୋର୍ଟ ଓ ୟୁନିସ୍କୋ ରିପୋର୍ଟକୁ ଦୃଷ୍ଟିରେ ରଖି, ଜଳବାୟୁ ଯୋଗାଯୋଗ ଏବଂ ଶିକ୍ଷା ପ୍ରକଳ୍ପ (ଏମଇସିସିଇ) ଏବଂ କାନାଡାର ସସ୍କାଚିୱାନ୍ ବିଶ୍ୱବିଦ୍ୟାଳୟର ମନିଟରିଂ ଏହା ସୂଚାଇ ଦେଇଛି ଯେ, ଅନେକ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନଜନିତ କାରଣ ଯୋଗୁଁ ସ୍କୁଲ ବନ୍ଦ ରହୁଛି । ଯାହାଦ୍ୱାରା ଏହା ଶିକ୍ଷାର ପରିମାଣ ହ୍ରାସ କରାଉଥିବା ବେଳେ ଡ୍ରପ ଆଉଟ୍ ହେଉଥିବା ପିଲାଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି କରିଛି । ଯାହାର ନକରାତ୍ମକ ପ୍ରଭାବ ଶିକ୍ଷା ଉପରେ ପଡୁଛି ।

ତେବେ ଏଥିରେ ପାଖାପାଖି ୩୩ ଟି ଦେଶର ପିଲାମାନେ ବହୁଳ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଦର୍ଶାଯାଇଛି ଯେ, ଭାରତର ପିଲାମାନଙ୍କର ପ୍ରଥମ ୧୫ ବର୍ଷରେ ବୃଷ୍ଟିପାତର ଏକ ଅଧ୍ୟୟନରେ କୁହାଯାଇଛି, ଏହା ୫ ବର୍ଷ ବୟସରେ ଭୋକାବୁଲାରି ଓ ୧୫ ବର୍ଷ ବୟସରେ ଗଣିତ, ଓ ଅଣଜ୍ଞାନ କୌଶଳ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯାହା ନୈରାଶଜନକ ।

Comments are closed.