Latest Odisha News

ଖୁବ୍‌ ଶୀଘ୍ର ଆସିବ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି କରୋନା ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି ଆସିବ କରୋନା ଟିକା। ଏ ନେଇ ଶୁକ୍ରବାର କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି। କେନ୍ଦ୍ର କହିଛି ଯେ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ କରୋନା ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି ଏବଂ ଏହା ପ୍ରାୟ ଶେଷ ହେବାକୁ ଯାଉଛି।

ଏଥିପାଇଁ ସରକାର ଏକ ନୀତି ଗଠନ କରିବେ। ବିଶେଷଜ୍ଞମାନେ ଅନୁମତି ଦେଲା ପରେ ପିଲାମାନଙ୍କ  ଟିକାକରଣ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର କହିଛି।

ପ୍ରଧାନ ବିଚାରପତି ଡି ଏନ ପଟେଲ ଏବଂ ଜଷ୍ଟିସ ଜ୍ୟୋତି ସିଂଙ୍କ ଏକ ଖଣ୍ହପୀଠରେ କହିଛନ୍ତି ଯେ ଏହି ପରୀକ୍ଷଣ ଶେଷ କରାଯାଉ, ନଚେତ୍ ଯଦି ବିନା ପରୀକ୍ଷଣରେ ଟିକା ଦିଆଯାଏ ତେବେ ଏହା ବିପର୍ଯ୍ୟୟ ସୃଷ୍ଟି କରିବ।

Comments are closed.