Latest Odisha News

BREAKING NEWS

ନୀଳ ଜହରର ଚରାଭୂଇଁ, ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ରାୟଗଡା: ନୀଳ ଜହରର ଚରାଭୂଇଁ ପାଲଟିଛି  ରାୟଗଡା । ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ।  ପୋଲିସ ଧରପଗଡରେ ଅବକାରୀ ହାତ ଖାଲି  । ମାତ୍ର କିଛି ଦିନ ବ୍ୟବଧାନରେ ଟନ ଟନ ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରୁ ରପ୍ତାନି ହେଉଛି । ଘଟଣାରେ ସମ୍ପୃକ୍ତ ୧୫ ଟି ମାମଲାରେ ୨୮ ଜଣ ଅଭିଯୁକ୍ତଙ୍କୁ ବାନ୍ଧିବାରେ ପୋଲିସ ସକ୍ଷମ ହୋଇଛି । ସବୁଠାରୁ ବଡ କଥା ଗଞ୍ଜେଇ ତସ୍କରିକୁ ଧରପଗଡ କରି ଅଙ୍କୁଶ ଲାଗାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲାରେ ବୃଦ୍ଧି ହେଉଥିବା ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣକାରୀଙ୍କୁ ଧରିବାରେ ଅବକାରୀ ବିଭାଗ ବିଫଳ ।ଯେଉଁଠି ପୁଲିସ ହାବୁଡରେ ଗଞ୍ଜେଇ ମାଫିଆ ସେଇଠି ଅବକାରୀ ବିଭାଗର ମାଫିଆଙ୍କ ସହ ମଧୁଚନ୍ଦ୍ରିକା ସ୍ପଷ୍ଟ ବାରି ହୋଇପଡୁଛି । କେବଳ ସେତିକି ନୁହେଁ ଜିଲ୍ଲାର ଦୁର୍ଗମ ଅପହଞ୍ଚ ଇଲାକାରେ ଶହଶହ ଏକର ଜମିରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ । ବିଗତ ଦୁଇ ଦଶନ୍ଧି ତଳେ ଲାଲ ବାହିନୀ ନାରେ ଆରମ୍ଭ ହୋଇଥିବା ଗଞ୍ଜେଇ ଚାଷର ଏବେ ପ୍ରତ୍ୟେକ୍ଷ ମଙ୍ଗ ଧରିଛନ୍ତି ଗଞ୍ଜେଇ ମାଫିଆ । ହେଲେ ଏବେ ଜିଲ୍ଲାରେ ନକ୍ସଲ ସ୍ଥିତି ଶୂନ୍ୟ ହୋଇଥିବା ବେଳେ ମାଫିଆଙ୍କ ପ୍ରୋତ୍ସାହନରେ ଦୁର୍ଗମ ପାହାଡିଆ ଗ୍ରାମାଞ୍ଚଳରେ ହେଉଛି ଗଞ୍ଜେଇ ବ୍ୟବସାୟ । ଦୁର୍ଗମ ଜଙ୍ଗଲ ଇଲାକାରେ ଲାଲ ସଙ୍ଗଠନକୁ ଆର୍ଥିକ ସହଯୋଗ ଦେବା ମିଛ ବାହାନାରେ ଜିଲ୍ଲାର ଏହି ସବୁ ଅପହଞ୍ଚ ଅଞ୍ଚଳରେ ଅନାସୟରେ ଚାଲିଛି ଶହଶହ ଏକର ଗଞ୍ଜେଇ ଚାଷ ।ଗତ ସପ୍ତାହକରେ ମୋଟ ୧,୫,୮୯ କିଗ୍ରା ଓଜନର ଗଞ୍ଜେଇ ଜିଲ୍ଲାର ବିଭିନ୍ନ ଥାନା ଅଧିନସ୍ତ ସନ୍ଧିଗ୍ଧ ଗାଡି ଗୁଡିକୁ ଚଢାଉ କରି ଜବତ କରିବାରେ ସଫଳତା ପାଇଛି । ଗତ ୧୬ରିଖ ଦିନ ମୁନିଗୁଡା ପୋଲିସ ପକ୍ଷରୁ ଏକ ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ ପରେ ୪୪୫ କିଗ୍ରା ଗଞ୍ଜେଇ ଜବତ କରିଥିଲା । ସେହି ପରି ପଦ୍ମପୁର ଥାନା ପୋଲିସ ପକ୍ଷରୁ ଗତ ୨୩ ରିଖ ଦିନ ୩୦୬ କିଗ୍ରା ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଅନୁରୂପ ୨୫ରିଖ ଦିନ ମୁନିଗୁଡା ପୋଲିସ ୫୯୮କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଥିଲା । ସେହିପରି ବିଷମକଟକ ଥାନା ଅଧିନରେ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଅତର୍କିତ ଚଢାଉ କରି ୨କ୍ୱିଣ୍ଟାଲ ୪୦କିଗ୍ରା ଗଞ୍ଜେଇ ଧରିବାରେ ସକ୍ଷମ ହୋଇଥିଲା ।

ଜିଲ୍ଲାରେ ଏଭଳି ନିୟମିତ ବ୍ୟବଧାନରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଅପରାଧି ଖସିଯିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.