Latest Odisha News

H-1B ବନ୍ଦ କଲେ ଆମେରିକା ପାଇଁ ବହୁତ କ୍ଷତି: ମସ୍କ

ନୂଆଦିଲ୍ଲୀ: ଟେସଲାର ସିଇଓ ଏଲୋନ ମସ୍କ ଆମେରିକାରେ ଭାରତୀୟ ପ୍ରତିଭାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସେଠାରେ ପ୍ରବାସୀ କୁଶଳୀ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି। ରବିବାର ୟୁଟ୍ୟୁବରେ ପ୍ରକାଶିତ ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କ ପୋଡକାଷ୍ଟ “WTF is” ର ଏକ ନୂତନ ଏପିସୋଡରେ ମସ୍କ ଏହି ମନ୍ତବ୍ୟ ଦେଇଛନ୍ତି।

H-1B ଭିଜାକୁ ନେଇ ଏଲନ ମସ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି,‘ଆମେରିକା ପ୍ରତିଭାଶାଳୀ ଭାରତୀୟଙ୍କଠାରୁ ଅତ୍ୟଧିକ ଲାଭ ଉଠାଇଛି। H-1B ବନ୍ଦ କଲେ ଆମେରିକା ପାଇଁ ବହୁତ ଖରାପ ହେବ। ଯେଉଁମାନେ ବନ୍ଦ କରିବାକୁ ଚାହାଁନ୍ତି, ବୁଝୁନାହାନ୍ତି ଏହା ବହୁତ ଖରାପ ହେବ। ଆମେରିକା ଭାରତର ପ୍ରତିଭାର ଏକ ବଡ଼ ଲାଭାର୍ଥୀ ହୋଇଛି। ଆମେରିକା ସର୍ବଦା ସାରା ବିଶ୍ୱରୁ ପ୍ରକୃତରେ ବୁଦ୍ଧିମାନ ଲୋକଙ୍କୁ ଆକର୍ଷିତ କରିଛି, ଯାହା ଫଳରେ ଭାରତରେ ଅନେକ ଲୋକ ଏହାକୁ ବ୍ରେନ୍ ଡ୍ରେନ୍ ବୋଲି କହିଛନ୍ତି। H-1Bରେ କିଛି ଅପବ୍ୟବହାର ଓ ନିୟମ ଭଙ୍ଗ ହୋଇଛି। ବିଶେଷକରି କିଛି ଆଉଟସୋର୍ସିଂ କମ୍ପାନୀ ସିଷ୍ଟମକୁ ଠକୁଛନ୍ତି।’ ମସ୍କ ସହମତ ହୋଇ କହିଛନ୍ତି ଯେ ଭାରତୀୟମାନେ ଆମେରିକୀୟ ଟେକ୍ ଶିଳ୍ପକୁ ମଜବୁତ କରିଛନ୍ତି।

ମସ୍କ ପୁଣି କହିଛନ୍ତି, ‘ଏହାର ସମାଧାନ ହେଉଛି ଅପବ୍ୟବହାର ବନ୍ଦ, ପ୍ରୋଗ୍ରାମ ବନ୍ଦ କରିବା ନୁହେଁ। ମୋର ସିଧାସଳଖ ଅନୁଭବ, ପ୍ରତିଭାଶାଳୀ ଲୋକଙ୍କର ସବୁବେଳେ ଅଭାବ। ଅଧିକ ପ୍ରତିଭାଶାଳୀ ଲୋକ ଆମେରିକାକୁ ଆସିଲେ ଭଲ, ବିପଦ ନୁହେଁ। ଆମ କମ୍ପାନୀ ଦୁନିଆର ସବୁଠାରୁ ଭଲ ପ୍ରତିଭା ନେବାକୁ ଚେଷ୍ଟା କରୁଛି। ମୁଁ ନିଶ୍ଚିତ ଭାବରେ ଏହି ବିଚାରଧାରାରେ ସହମତ ନୁହେଁ। ଆମେ H-1B କାର୍ଯ୍ୟକ୍ରମକୁ ବନ୍ଦ କରିବା ଅନୁଉଚିତ।’

 

Comments are closed.