ଥାଇଲାଣ୍ଡ: ସାଧାରଣତଃ ଭିନ୍ନ ଭିନ୍ନ ଷ୍ଟାଇଲର ଡ଼୍ରେସ ପିନ୍ଧିବା ପ୍ରତ୍ୟେକ ନାରୀଙ୍କ ସଉକ ହୋଇଥାଏ । ଆଉ କିଛି ଯୁବତୀ ସେଲିବ୍ରିଟିମାନେ କେମିତି ଡ଼ିଜାଇନର ଡ଼୍ରେସ ପିନ୍ଧୁଛନ୍ତି ସେଥପ୍ରତି ନଜର ରଖିବା ସହ ସେପରି ପିନ୍ଧିଥାନ୍ତି ମଧ୍ୟ । ହେଲେ ଥାଇଲାଣ୍ଡରେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ସେଲିବ୍ରିଟିଙ୍କ ପରି ସ୍ୱତନ୍ତ୍ର ଡ଼୍ରେସ ତିଆରି କରି ନିଜେ ପିନ୍ଧିଥାନ୍ତି । ତାହାପୁଣି ଫଳମୂଳ, ପନିପରିବା, ଚିପ୍ସ ପ୍ୟାକେଟ୍ ଆଦି ଖାଦ୍ୟ ସାମଗ୍ରୀରେ ପୋଷାକ ତିଆରି କରି ପିନ୍ଧିଥାନ୍ତି । ତାଙ୍କର ଏହି ସ୍ୱତନ୍ତ୍ର ପୋଷାକକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।
ସିନେ ବୋଞ୍ଜାଫର୍ନ ନାମକ ଜଣେ ଯୁବତୀ ଥାଇଲାଣ୍ଡରେ ରୁହନ୍ତି । ଭିନ୍ନ ଭିନ୍ନ ଡ଼ିଜାଇନର ପୋଷାକ ପିନ୍ଧିବା ହେଉଛି ତାଙ୍କର ସଉକ । ସେଥିଲାଗି ସେ ସେଲିବ୍ରିଟିମାନେ କିପରି ଡ଼୍ରେସ ପିନ୍ଧୁଛନ୍ତି ତାକୁ ସେ ନଜର ଦିଅନ୍ତି । ସେ ସେମାନଙ୍କ ପରି ପୋଷାକ ନିଜେ ତିଆରି କରନ୍ତି । ତାପୁଣି ଫଳ, ପନିପରିବା, ଚିପ୍ସ ପ୍ୟାକେଟ ଭଳି ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି । ଏସବୁକୁ ବ୍ୟବହାର କରି ସେ ପାଖାପାଖି ସେଲିବ୍ରିଟି ପିନ୍ଧୁଥିବା ପୋଷାକ ପରି ତିଆରି କରିଥାନ୍ତି । ଆଉ ତାକୁ ପିନ୍ଧି ସେ ସେଲିବ୍ରିଟିଙ୍କ ଭଳି ପୋଜ୍ ଦେଇ ଫଟୋ ଉଠାନ୍ତି ଓ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ତାଙ୍କର ଏଭଳି ନିଆରା ସୃଜନଶୀଳତାକୁ ଦେଖି ଲୋକେ ବେଶ୍ ପ୍ରଶଂସା କରନ୍ତି ।
ସିନେ କହିଛନ୍ତି ଯେ, ମୋତେ ଖାଇବା ବହୁତ ପସନ୍ଦ । ତେଣୁ ଭାବିଲି ଖାଦ୍ୟ ସମାଗ୍ରୀରେ ହିଁ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ତିଆରି କରିବି । ଯଦ୍ୱାରା ତାକୁ ପିନ୍ଧି ସେଲିବ୍ରିଟି ପରି ଅନୁଭବ ହେବାସହ ଭୋକ ଲାଗିଲେ ସେଥିରୁ କିଛି ଖାଇ ବି ପାରିବି । ମୋର ଏପରି ସ୍ୱତନ୍ତ୍ର ଡ଼୍ରେସକୁ ଲୋକେ ବହୁତ ପସନ୍ଦ କରନ୍ତି । ଯାହାକୁ ଦେଖି ମୋତେ ଆଉ କିଛି ନୂଆ ନୂଆ ଡ଼ିଜାଇନର ଡ଼୍ରେସ ତିଆରି କରି ପିନ୍ଧିବାକୁ ଆଗ୍ରହ ଲାଗେ ।
Comments are closed.