Latest Odisha News

BREAKING NEWS

ଜି.ଉଦୟଗିରି ଓ ସେମିଳିଗୁଡାରେ ପାରଦ ୮ଡିଗ୍ରୀ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜି.ଉଦୟଗିରି ଓ ସେମିଳିଗୁଡା ସବୁଠାରୁ ଥଣ୍ଡା ସହର । ରାତି ତାପମାତ୍ରା ରେକର୍ଡ ଅନୁସାରେ, କନ୍ଧମାଳର ଜି.ଉଦୟଗିରି  ଓ କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୮ଡିଗ୍ରୀ ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି।

ସୁନ୍ଦରଗଡର କିରେଇରେ ୯.୫ ଡିଗ୍ରୀ, କନ୍ଧମାଳର ଫୁଲବାଣୀରେ ୯.୬ଡିଗ୍ରୀ ପାରଦ ରହିଥିବାବେଳେ କନ୍ଧମାଳ ଦାରିଙ୍ଗବାଡି, କୋରାପୁଟ ଓ କେନ୍ଦୁଝରରେ ତାପମାତ୍ରା ୧୦ ଡିଗ୍ରୀ ରହିଛି। ଭବାଣୀପାଟଣା ୧୦.୬ଡିଗ୍ରୀ, ଝାରସୁଗୁଡା ୧୦.୮ ଡିଗ୍ରୀ, ଚିପିଲିମା ୧୦.୮ ଡିଗ୍ରୀ, ସୁନ୍ଦରଗଡ ଓ ଦେବଗଡରେ ରାତି ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଛି।

Leave A Reply

Your email address will not be published.