Latest Odisha News

ମେଘୁଆ ପାଗରେ ଖେଳାଯିବ ଫାଇନାଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ । ଉଭୟ ଦଳ ଭଲ ଫର୍ମରେ ଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଏହି ମ୍ୟାଚ ଅବସରରେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏପରିକି ବର୍ଷା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବନି ବୋଲି କୁହାଯାଇଛି । ଭାରତୀୟ ସମୟ ଅପରାହ୍ନ ୨ଟା୩୦ରୁ ଫାଇନାଲ ମ୍ୟାଚ ଆରମ୍ଭ ହେବ । ଦୁବାଇର ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ପାଖାପାଖି ରହିବ ବୋଲି ଅନୁମାନ କରାଯାଇଛି । ଦିନ ଗଡିବା ପରେ ତାପମାତ୍ରା ହ୍ରାସ ପାଇବ ଏବଂ ପାଗ ମେଘୁଆ ରହିବ । ପୂର୍ବରୁ ପିଚ ସ୍ପିନରଙ୍କୁ ସୁହାଇବ ବୋଲି ଅନୁମାନ କରାଯାଇଛି ।

ଉଭୟ ଦଳ ନିକଟରେ ଭଲ ସ୍ପିନର ରହିଥିବାରୁ ବ୍ୟାଟ୍ସମ୍ୟାନମାନେ କିପରି ମୁକାବିଲା କରୁଛନ୍ତି ତାହା ଦେଖିବା କଥା । ବରୁଣ ଚକ୍ରବର୍ତି-କେନ ୱିଲିୟମସନ ଏବଂ ବିରାଟ କୋହଲି-ମିଚେଲ ସାଂଟେନରଙ୍କ ମଧ୍ୟରେ ମୁକାବିଲା ରୋମାଂଚକର ହେବ ବୋଲି ଆଶା କରାଯାଉଛି । ସେହିପରି ଅଧିନାୟକ ରୋହିତ ଶର୍ମାଙ୍କ ଭାଗ୍ୟ ଏହି ମ୍ୟାଚ ମାଧ୍ୟମରେ ନିର୍ଦ୍ଧାରିତ ହେବ । ସେ ଭାରତକୁ ଚାମ୍ପିୟନ କରାଇବା ପରେ ଆଉ କିଛି ଦିନ ଖେଳିବା ଜାରୀ ରଖିବେ ନାଁ ଅବସର ନେବେ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।

Comments are closed.