Latest Odisha News

BREAKING NEWS

ନୂଆ ରୂପ ନେବ ଏକାମ୍ର କ୍ଷେତ୍ର; ବିସ୍ଥାପିତଙ୍କ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ରୂପ ନେବ ଏକାମ୍ର କ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଢ଼ାଂଚାରେ ହେବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ଏହାର ଆଖପାଖ ଅଞ୍ଚଳକୁ କରାଯିବ ସୌନ୍ଦର୍ଯ୍ୟକରଣ । ଏଥିପାଇଁ ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ସ୍ଥାନାନ୍ତରିତ ହେବାକୁ ଥିବା ଆବଶ୍ୟକ ଘର, ମଠ ଓ ଦୋକାନ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି ।

ଅଧିଗୃହିତ ହେବାକୁ ଥିବା ଜମିର ଦର ବାବଦକୁ କ୍ଷତିପୂରଣ ଦିଆଯିବ । ଉଚ୍ଛେଦ ପରିଧିରେ ଥିବା ଘରଗୁଡିକୁ ସରକାରଙ୍କ ନୀତି ଅନୁଯାୟୀ ସିଧା କିଣାଯିବ । ସ୍ଥିତିବାନ ଘର ପାଇଁ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ଦିଆଯିବ । ଏପରିକି ଯେଉଁମାନେ ଜମି ବଦଳରେ ଜମି ଚାହିଁବେ ସେମାନଙ୍କୁ ଅନ୍ୟତ୍ର ଜମି ମଧ୍ୟ ଯୋଗାଇ ଦିଆଯିବ । ଜମି ଛାଡିଥିବା ବିସ୍ଥାପିତଙ୍କୁ ଅନ୍ୟ ସ୍ଥାନରେ ଜମି ଯୋଗାଇ ଦିଆଯିବ । ଅଧିଗୃହିତ ଜମିକୁ ଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ । ଜମି ହରାଉଥିବା ମାଲିକଙ୍କୁ ଜମିର ବଜାର ଦର ବା ସମାନ ପରିମାଣର କ୍ଷତିପୂରଣ ଦିଆଯିବ ।
ବିକଳ୍ପ ଜମିର ମୂଲ୍ୟ ଅଧିଗୃହିତ ଜମିର ମୂଲ୍ୟଠାରୁ କମ୍ ହେଲେ ନିୟମ ଅନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବେ ଦିଆଯିବ । ବିସ୍ଥାପିତ ହେବାକୁ ଥିବା ପରିବାରଗୁଡିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗଇ ଦିଆଯିବ । ତେବେ ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତା ଭାବେ ଦିଆଯିବ ।

ସେହିପରି ସ୍ଥିତିବାଦ ସତ୍ୱରେ ନିର୍ମିତ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକୁ ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ କିଣାଯିବ । ଦୋକାନ ଘର ମାଲିକଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳିନ ସହାୟତା ଦିଆଯିବ । ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ଏକକାଳିନ ୩୦ ହଜାର ଟଙ୍କା ଦିଆଯିବ । ଏଥିସହ ସେମାନଙ୍କୁ ଭେଣ୍ଡିଂ ପ୍ଲାନରେ ସ୍ଥାନ ଆବଂଟନ କରାଯିବ ।

ସେହିପରି ଜମିଦାନ କରୁଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଚଂଳରେ ଫଳକରେ ରଖାଯିବାକୁ ଘୋଷଣାନାମାରେ କୁହାଯାଇଛି । ୬ ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଯଦି ଲୋକେ ନିଜ ଇଚ୍ଛାରେ ଜମି ପ୍ରଦାନ କରନ୍ତି ତେବେ ତାଙ୍କୁ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କାରାଯିବାକୁ ଘୋଷଣା ହୋଇଛି ।

Leave A Reply

Your email address will not be published.