Latest Odisha News

BREAKING NEWS

ବଜେଟ୍ ୨୦୨୦: ଭାରତୀୟ ରେଳକୁ ମିଳିବ କ’ଣ ?

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳ ବଜେଟ୍ ମିଶିଯାଇଥିବା ବେଳେ ଏଥର ଭାରତୀୟ ରେଳକୁ କ’ଣ ମିଳିବ ତା’ଉପରେ ରହିଛି ସମସ୍ତଙ୍କ ନଜର ।

ରେଳବାଇ ବି ଆଶା କରିଛି, ଏଥର ବଜେଟରେ ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରାଯିବାକୁ ଉଦ୍ୟମ କରାଯିବ । ବିଶେଷ କରି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ରହିଛି । ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍ ଚଳାଚଳର ସମୟ, ଟ୍ରେନ୍ ସଫାସୁତୁରା ରଖିବା ଏବଂ ସମସ୍ତ ଷ୍ଟେସନରେ ଇଂଟରନେଟ୍ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇପାରେ । ରେଳ କର୍ମଚାରୀଙ୍କ ପାଇଁ ସ୍ୱଚ୍ଛ ସେବା ନିବୃୃତ୍ତି ଯୋଜନା ପ୍ରସ୍ତାବ ଦିଆଯିବା ସମ୍ଭାବନା ରହିଛି ।

ସେହିପରି ରେଳବାଇରେ କ୍ଲାସ ୱାନ ଅଫିସରଙ୍କ ପଦ ହ୍ରାସ କରାଯିବା ସମ୍ଭାବନା ରହିଛି । ଫଳରେ ରେଳବାଇର ଖର୍ଚ୍ଚ କମିପାରେ ।

ହାଇସ୍ପିଡ୍ ଟ୍ରେନ୍‌

ବଜେଟରେ ଅତ୍ୟାଧୁନିକ ହାଇସ୍ପିଡ୍ ଟ୍ରେନ୍‌କୁ ସ୍ଥାନ ମିଳିପାରେ । ରେଳବାଇ ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରମୁଖ ସ୍ଥାନକୁ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ଯୋଜନା ରଖିଛି । ଏଥିପାଇଁ ବାହାର ଦେଶରୁ ଟ୍ରେନ୍ କିଣାଯିବା ସମ୍ଭାବନା ରହିଛି । ହାଇସ୍ପିଡ ଟ୍ରେନର ଗତି ଘଂଟାପ୍ରତି ୧୬୦ ରୁ ୨୦୦ କିଲୋମିଟର ରହିବ । ଦିଲ୍ଲୀ-ହାୱଡା, ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ଚଣ୍ଡୀଗଡ, ମୁମ୍ବାଇ-ଲଷ୍ନୌ ଏବଂ ଦିଲ୍ଲୀ-ପାଟନା ମାର୍ଗରେ ଏସବୁ ଟ୍ରେନ୍ ଚଳାଇବା ଯୋଜନା ରହିଛି । ରେଳବାଇର ପ୍ରିମିୟମ ଟ୍ରେନ୍ ଠାରୁ ମଧ୍ୟ ଅଧିକ ସୁବିଧା ରହିବ ଏସବୁ ହାଇସ୍ପିଡ୍ ଟ୍ରେନରେ ।

ଆସିବ ୟୁରୋପିୟ ସିଗନାଲ

ବଜେଟରେ ସ୍ୱର୍ଣ୍ଣ ଚତୁର୍ଭୁଜ ମାର୍ଗରେ ଥିବା ୨୫୬୮ ରେଳବାଇ କ୍ରସିଂରେ ରେଳ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇପାରେ । ଫଳରେ ହାଇସ୍ପିଡ୍ ଟ୍ରେନ୍ ଚଳାଚଳରେ ବାଧା ଉପୁଜିବ ନାହିଁ । ସେହିପରି ସ୍ୱୟଂଚାଳିତ ଟ୍ରେନ୍ ଚଳାଇବାକୁ ୟୁରୋପିଆନ୍ ସିଗନାଲ ସିଷ୍ଟମ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟୟ ଅଟକଳ କରାଯାଇପାରେ । ବଡ କଥା ହେଉଛି ସମ୍ବେଦନଶୀଳ ଷ୍ଟେସନରେ ରେଳବାଇର କମାଣ୍ଡୋ ମୁତୟନ କରିବାକୁ ନିଷ୍ପତି ନିଆଯାଇପାରେ ।

ବର୍ତମାନ ଟ୍ରେନ୍ ଚଳାଚଳ ସମୟ ଅନୁସାରେ ହେଉନାହିଁ । ୭୫.୬୭ ପ୍ରତିଶତ ଟ୍ରେନ୍ ସଠିକ୍ ସମୟରେ ଚଳାଚଳ କରୁଛି । ଏହାକୁ ଅଧିକ କରିବା ଉପରେ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି । ସେହିପରି ରେଳ କୋଚ୍ ଫ୍ୟାକି୍ଟ ଗୁଡିକର ପ୍ରଦର୍ଶନ ଠିକ୍ ରହିଛି । ଏହାକୁ ନିଗମୀକରଣ କରିବାକୁ ପ୍ରସ୍ତାବ ଦିଆଯାଇପାରେ । ଯାହା ଫଳରେ ରେଳ କୋଚ୍ ଫ୍ୟାକ୍ଟି ଗୁଡିକର କ୍ଷମତା ବଢାଯାଇପାରିବ ।

Leave A Reply

Your email address will not be published.