Latest Odisha News

BREAKING NEWS

ଦୂତି ଚାନ୍ଦଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଆ ଲଳନା ଦୂତି ଚାନ୍ଦ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡାରେ ୧୦୦ମି.ଦୌଡରେ ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି ।

ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ରବିବାର ଅନୁଷ୍ଠିତ ୧୦୦ ମି. ଫାଇନଲ ଦୌଡରେ ଦୂତି ଚତ୍ମକାର ପ୍ରଦର୍ଶନ କରି ପ୍ରାୟ ୧୧.୩୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ରୌପ୍ୟ ପଦକ ହାତେଇବାରେ ସଫଳ ହୋଇପାରିଥିଲେ ।

Leave A Reply

Your email address will not be published.