Latest Odisha News

BREAKING NEWS

ରାଉରକେଲାରେ ଭୁଶୁଡିଲା ପାଣିଟାଙ୍କି

ରାଉରକେଲା : ରାଉରକେଲାର ସିଭିଲ୍ ଟାଉନସିପସ୍ଥିତ ଏକ ୭୦ଫୁଟ ଉଚ୍ଚର ପାଣି ଟାଙ୍କି ଆଜି ଭୁଶୁଡିପଡିଛି ।

ସୂଚନା ଅନୁଯାୟୀ ଏହି ପାଣି ଟାଙ୍କି ଭୁଶୁଡିବା ଫଳରେ ନିକଟରେ ଥିବା ୱେସ୍କୋ ଅଫିସ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି । ଏହା ସହିତ ପାଣି ଟାଙ୍କି ତଳେ ରଖାଯାଇଥିବା ଅନେକ ଗୁଡିଏ ସାଇକେଲ ଓ ବାଇକ୍ ମଧ୍ୟ ଭାଙ୍ଗି ଯାଇଥିବା ଜଣା ପଡିଛି ।

ଏହାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ଟାଙ୍କିଟି ପାଖାପାଖି ୩୦ ରୁ ୪୦ ବର୍ଷ ପୁରୁଣା ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ମତ ରଖିଛନ୍ତି ।

ତେବେ ଟାଙ୍କି ଭୁଶୁଡିବାର ସଠିକ୍ କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.