Latest Odisha News

BREAKING NEWS

ସାମାଜିକ ସୁରକ୍ଷା ଭତ୍ତାରେ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ମଧୁବାବୁ ପେନସନ୍ ଯୋଜନା(ଏମବିପିୱାଇ)ରେ ସାମାଜିକ ସୁରକ୍ଷା ଭତ୍ତାକୁ ବୃଦ୍ଧି କରିବା ଲାଗି ଘୋଷଣା କରିଛନ୍ତି ।

ଆମ ଗାଁ ଆମ ବିକାଶ କାର‌୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚବିଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ରେ ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଘୋଷଣା କରିଛନ୍ତି ।

ଏହାଦ୍ୱାରା ୬୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ମାନେ ୩୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଏବେ ସେମାନଙ୍କୁ ୫୦୦ ଟଙ୍କା ମିଳିବ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀମାନଙ୍କୁ ଏଣିକି ୫୦୦ ଟଙ୍କା ବଦଳରେ ୭୦୦ ଟଙ୍କା ମିଳିବ।

ଆହୁରି ମଧ୍ୟ ରାଜ୍ୟର ୪୮ ଲକ୍ଷ ଗରିବ ବୁଢାବୁଢୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା, ସମସ୍ତେ ଏହି ଭତ୍ତା ବୃଦ୍ଧି ଦ୍ୱାରା ଉପକୃତ ହେବେ। ଆସନ୍ତା ଫେବୃଆରି ୧୫ ତାରିଖରୁ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଏହି ବର୍ଦ୍ଧିତ ଟଙ୍କା ମିଳିବ।

Leave A Reply

Your email address will not be published.