Latest Odisha News

ଓଡିଆ ଫିଲ୍ମ ‘ନିମକି’ର ପ୍ରିମିୟରରେ ଯୋଗଦେବେ ଜୟା ବଚ୍ଚନ

ଭୁବନେଶ୍ୱର : ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଆଗାମୀ ସିନେମା ‘ନିମକି-ନିମପୁରରୁ ନବୀନ ନିବାସ’ର ପ୍ରିମିୟର ଶୋରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ।

ଏଥିସହିତ ଓଲିଉଡ଼୍ ସିନେମା ଇତିହାସରେ ଏହା ପ୍ରଥମ ଘଟଣା। ପ୍ରଥମଥର ପାଇଁ ଓଡିଆ ସିନେମାର ପ୍ରିମିୟର ଶୋରେ ଅଭିନେତ୍ରୀ ଜୟା ଆସୁଥିବାର ଖବର ନିଜେ ବର୍ଷା ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍  କରିବା ପରେ ସିନେପ୍ରେମୀଙ୍କ ଗହଣରେ ଏନେଇ ଉତ୍ସାହ ଦେଖା ଦେଇଛି । ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ନାରୀ କୈନ୍ଦ୍ରିକ ଏହି ଓଡିଆ ଚଳଚ୍ଚିତ୍ରରେ ବର୍ଷା ପ୍ରିୟଦର୍ଶିନୀ ଲିଡ ରୋଲରେ ନଜର ଆସୁଥିବା ବେଳେ ଆଗାମୀ ଜାନୁଆରୀ ୨୩ ତାରିଖରେ ଏହା ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଏଥିରେ ବର୍ଷା ଏକ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ବେଳେ ନାରୀ ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ ନାରୀ କିପରି ସଂଘର୍ଷ କରୁଛି, ତାହା ସିନେମାରେ ଦର୍ଶାଯାଇଛି।

‘ନିମକି’ ସିନେମାର ଲେଖକ ଓ ନିର୍ଦ୍ଦେଶକ ଭାବେ ସୁଶାନ୍ତ ମଣି ରହିଥିବା ବେଳେ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ।

ଏହି ସିନେମାଟିର ଅନ୍ୟତମ ପ୍ରଡ୍ୟୁସର ଭାବେ ରାଜ୍ୟର ଅଗ୍ରଣୀ ସଂସ୍ଥା ‘ପ୍ରିଲ୍ୟୁଡ୍’ ରହିଥିବା ବେଳେ ଫିଲ୍ମଟି ବଡ ପରଦାରେ ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ ବୋଲି ବେଶ ଆଶା ପୋଷଣ କରିଛନ୍ତି ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ । ଚୁଲବୁଲି ବର୍ଷା ଏହି ସିନେମାର ପ୍ରଯୋଜକ ହୋଇଥିବା ବେଳେ ଆସୋସିଏଟ୍ ପ୍ରଯୋଜକ ଭାବେ ଶୁଭଶ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.