Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର : ପୂର୍ବତନ ପରିବହନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଓଡ଼ିଶା ମୁଖ୍ୟମନ୍ତୀ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।

ତେବେ ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ପଦରୁ ଯୋଗେନ୍ଦ୍ର ତ୍ରିପାଠୀ ଇସ୍ତଫା ଦେବା ପରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା ଅରବିନ୍ଦ ଢାଲି ।

ବିଜେଡ଼ିର ବରିଷ୍ଠ ନେତା ଅରବିନ୍ଦ ଢାଲି ମାଲକାନଗିରି ଏବଂ ପରେ ଜୟଦେବ ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀଯୁକ୍ତ ଢାଲି ପୂର୍ବରୁ ରାଜ୍ୟର ପରିବହନ ମନ୍ତ୍ରୀ ରହିଥିଲେ । ସେ ବିଜେପି ପରିତ୍ୟାଗ କରି ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.