Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନ: ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ଏସ୍‌ପିଙ୍କ ଅଧନରେ ରହିବ ଏହି ସ୍ଵତନ୍ତ୍ର ବାଟାଲିୟନ । ୧୧୯୦ ଜଣ ସୁରକ୍ଷା କର୍ମୀ ବାଟାଲିୟନରେ ରହିବେ।

ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି। ଏଥସହ କୌଣସି ଗୁରୁତ୍ଵପୂର୍ଣ୍ଣ ଧାର୍ମିକ ଉତ୍ସବରେ ଏହି ସଂଖ୍ୟା ଆହୁରି ବଢିଥାଏ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ସହ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ 5T ତଥା ନବୀନ ଓଡ଼ିଶାର ଅଧ୍ଯକ୍ଷ ଭି.କେ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ସେଠାରେ ସ୍ଵତନ୍ତ୍ର ସୁରକ୍ଷା ବାଟାଲିୟନ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ମନ୍ଦିରକୁ ସୁରକ୍ଷା ପ୍ରଦାନ ସହ ନୂତନ ପରିକ୍ରମା ପ୍ରକଳ୍ପ ହେବା ପରେ ଭକ୍ତଙ୍କୁ ପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରାଇବା ନୂତନ ବାଟାଲିୟନର ଦାୟିତ୍ୱ ରହିବ। ଭକ୍ତଙ୍କ ଦର୍ଶନ ଓ ମନ୍ଦିରର ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ ।

Comments are closed.