Latest Odisha News

BREAKING NEWS

ଇଡିରେ ହାଜର ପୂର୍ବରୁ ‘ନୋଟିସ୍’ ରାଜନୈତିକ ପ୍ରଣୋଦିତ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ତାଙ୍କୁ ଇଡି ଦ୍ୱାରା ହୋଇଥିବା ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆଜି ଏହି ମାମଲାରେ  ତାଙ୍କୁ ପଚରାଉଚରା କରାଯିବା ସହ ତାଙ୍କର ବୟାନ ରେକର୍ଡ ହେବ ବୋଲି ସୂଚନା ରହିଛି କିନ୍ତୁ ସେ ଏଭଳି ବୟାନ ଦେବାପରେ ହାଜର ହେବେ କି ନାହିଁ ଅସ୍ପଷ୍ଟ ରହିଛି । ପୂର୍ବରୁ ମଧ୍ୟ ସମାନ ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଥିଲା । ଗତ ଏପ୍ରିଲ ୧୬ ତାରିଖରେ ସାଢେ ୯ ଘଣ୍ଟା ଧରି ତଦନ୍ତକାରୀ ଟିମ ତାଙ୍କୁ ପଚରାଉଚରା କରିଥିଲା । ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ କରୁଛି ।

ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂଙ୍କୁ ଇଡି ଗିରଫ କରିସାରିଛି । ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ରହିଛି।

ଇଡିର ନୋଟିସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବେଆଇନ ଏବଂ ରାଜେନୖେତିକ ପ୍ରଣୋଦିତ ବୋଲି କହିବା ସହ ଶାସକ ଦଳ ବିଜେପି ଚାପରେ ନୋଟିସ ହୋଇଛି ବୋଲି କହିଛନ୍ତି । ନିର୍ବାଚନ ପ୍ରଚାରରୁ ମୋତେ ଦୂରେଇ ରଖିବାକୁ ଇଡି ଏଭଳି ନୋଟିସ୍ କରିଛି । ତେଣୁ ଇଡି ତୁରନ୍ତ ନୋଟିସ୍ ପ୍ରତ୍ୟାହାର କରୁ ବୋଲି ସେ କହିଛନ୍ତି ।

ସୋମବାର ଏହି ମାମଲାରେ ମନୀଷଙ୍କ ଜାମିନ ଆବଦେନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଅରବିନ୍ଦଙ୍କୁ ନୋଟିସ ହୋଇଛି । ଏହା ପରେ ଦିଲ୍ଲୀର ମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ କହିଥିଲେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇପାରନ୍ତି ।

Comments are closed.