Latest Odisha News

BREAKING NEWS

ସମସ୍ୟାର ସମାଧାନ ହେଲା, ସ୍ଵାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: କୋରାପୁଟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ପରେ ସମସ୍ତ ସମସ୍ୟାର ସମାଦାନ କରାଯାଇ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି ।

ସୂଚନା ଅନୁସାରେ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି । ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବସ୍ ଟାଇମିଂକୁ ନେଇ ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ମଧ୍ୟରେ ବଚସା ହୋଇଥିଲା। ଏହାର ପ୍ରତିବାଦରେ ଆଜି କୌଣସି କର୍ମଚାରୀ ଗାଡି ଚଳାଇନଥିଲେ । ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି ।

Leave A Reply

Your email address will not be published.