Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୯୨ ରନରେ ଅଲଆଉଟ

ହାମିଲଟନ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ୪ର୍ଥ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟ ଘଟି ୩୦.୫ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଛି । ତେବେ ଭାରତ ପୂର୍ବରୁ ୩ଟି ମ୍ୟାଚ ଜିତି ୩-୦ରେ ଶୃଙ୍ଖଳା ହାତେଇ ସାରିଛି ।

ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ଭାରତୀୟ ଦଳ ବ୍ୟାଟିଂ ଆରମ୍ଭରୁ ହିଁ ଅସୁବିଧାର ସମ୍ମୁଖୀନ ହୋଇଥିଲା । କିୱି ବୋଲର୍ ଟ୍ରେଣ୍ଟ୍ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ବିରାଟ ବାହିନୀ ବେଶି ସମୟ ତିଷ୍ଠିପାରିନାହିଁ । ବୋଲ୍ଟ ୨୧ ରନ ବିନିମୟରେ ୫ଟି ୱିକେଟ ହାସଲ କରିବା ସହିତ ଭାରତୀୟ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ ।

ଭାରତୀୟ ଦଳ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୧୮ ରନ କରିପାରିଛନ୍ତି । ସେହିପରି କୁଲଦୀପ ଯାଦବ ୧୫, ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଏବଂ ଶିଖର ଧାୱନ ୧୩ ରନ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ନ୍ୟୁଜିଲାଣ୍ଡ ଦଳ ୯୩ ରନର ବିଜୟ ଲକ୍ଷ ହାସଲ କରିବାକୁ ଯାଇ ୧୪ ରନରେ ୧ମ ୱିକେଟ ହରାଇଛି । ନ୍ୟୁଜିଲାଣ୍ଡ ଦଳ ୯୩ ରନର ବିଜୟ ଲକ୍ଷ ହାସଲ କରିବାକୁ ଯାଇ ୧୪ ରନରେ ୧ମ ୱିକେଟ ହରାଇଛି । ସଦ୍ୟ ସୂଚନାନୁଯାୟୀ କିୱି ଦଳ ୬   ଓଭରରେ ୨ଟି ୱିକେଟ ହରାଇ ୩୯ ରନ କରିଛି ।

Leave A Reply

Your email address will not be published.