Latest Odisha News

BREAKING NEWS

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ନେତୃତ୍ୱକୁ ପୁଣିଥରେ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ ତାରିଖ ରେ ନୂଆଦିଲ୍ଲୀ ଗସ୍ତରେ ଯାଉଥିବା ବେଳେ ସେପ୍ଟେମ୍ୱର ୪ ତାରିଖ ଦିନ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ  ।ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସୁପ୍ରିମ କୋର୍ଟର ପୂର୍ବତ୍ତନ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ କୁହାୟାଇଛି ଯେ  , ଦୁଇ ଦଶନ୍ଧିରେ ନବୀନଙ୍କ ନେତୃତ୍ୱ ବିକାଶର ଶୀର୍ଷକୁ ଛୁଇଁଛି ଓଡିଶା । ନବୀନଙ୍କ ସାଧାରଣ ଜୀବନଶୈଳୀ ଓଡିଶା ବାସୀଙ୍କ ମନ କିଣିପାରିଛି  ।

Leave A Reply

Your email address will not be published.