Latest Odisha News

BREAKING NEWS

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ ସୂଚନା ଦେଇଛନ୍ତି ।

ଏଥିସହ ବିଦ୍ୟୁତ୍ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବନ ବିଭାଗ । ଗତ ୨୫ ତାରିଖରେ ଯୋଡ଼ିଆ କେଭିକେ ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ଟି ମାଈହାତୀଙ୍କ ମୃତ୍ୟୁ ହୋଇଥିଲା । ବିଦ୍ୟୁତ୍ ତାର କମ ଉଚ୍ଚତାରେ ଝୁଲି ରହିଥିବା ବେଳେ ଗଛଲତା ମାଡ଼ି ଯାଇଥିଲା । ହାତୀ ଡାଳପତ୍ର ଖାଇବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିବା ଆକଳନ କରାଯାଉଛି ।

Leave A Reply

Your email address will not be published.