Latest Odisha News

ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜୟନ୍ତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ଉତ୍ତୋରତର ସଫଳତା କାମନା କରିବା ସହ ସେ ଓଡିଶାର ଗର୍ବ ବୋଲି ଉଲ୍ଲେଖ କରିଛନ୍ତି ।

ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ଜୟନ୍ତୀ ଗୁରୁବାର ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଶୁକ୍ରବାର ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ଜୟନ୍ତୀ ମୋଟ ଉପରେ ୫ଟି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବୁଥର ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିଛନ୍ତି ।

Leave A Reply

Your email address will not be published.