Latest Odisha News

ଏପ୍ରିଲ ୧୦ ସୁଦ୍ଧା ଦିନକୁ ୧୦୦୦ କୋଭିଡ୧୯ ନମୁନା ପରୀକ୍ଷଣ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ୧୯ ପରିସ୍ଥିତିର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କରୋନା ସ୍ୱାବ ନମୁନା ପରୀକ୍ଷଣ ବ୍ୟବସ୍ଥାର ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ୱରର ଆରଏମଆରସି, ଏମସ୍ ଓ କଟକ ଏସସିବିରେ ଏହି ବ୍ୟବସ୍ଥା ରହିଛି ।

ଭିଡିଓ କନଫରେନ୍ସିଂ ଜରଆରେ ହୋଇଥିବା ଏହି ବୈଠକରେ ବ୍ରହ୍ମପୁରର ଏମକେସିଜି ଏବଂ ବୁର୍ଲା ସ୍ଥିତ ଭିମସାରରେ ମଧ୍ୟ ଏହି ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ନମୁନା ପରୀକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରି ୧୦ ଏପ୍ରିଲ ସୁଦ୍ଧା ପ୍ରତିଦିନ ଅତି କମରେ ଏକ ହଜାର ନମୁନା ପରୀକ୍ଷଣ ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡା ସ୍ଥିତ ତାଙ୍କ ବାସଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲ ।

Leave A Reply

Your email address will not be published.