ଭୁବନେଶ୍ୱର: କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସହରରେ ୭ଟି କୋଭିଡ ହସ୍ପିଟାଲ ସ୍ଥାପନ ହେଉଛି । ଏଥିମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ।
୭ଟି କୋଭିଡ ହସ୍ପିଟାଲ ମଧ୍ୟରେ ରହିଛି ଭୁବନେଶ୍ୱରର କିମ୍ସ ହସପିଟାଲ ଓ ସମ ହସପିଟାଲ, କଟକର ଅଶ୍ୱିନୀ ହସପିଟାଲ, ଯାଜପୁରର ଟାଟା ହସପିଟାଲ, କେନ୍ଦୁଝରର ଟାଟା ହସପିଟାଲ,ପୁରୀର ଆଇଡିଏଚ ଓ ରାଉରକେଲାର ହାଇ-ଟେକ ମେଡିକାଲ କଲେଜ । ମିଳିତଭାବେ ଏସବୁ ସ୍ୱତନ୍ତ୍ର କୋଭିଡ୍୧୯ ହସପିଟାଲ ଗୁଡ଼ିକରେ ୧୪୯୭ଟି ଶଯ୍ୟା ଅଛି ବୋଲି ସେ କହିଛନ୍ତି ।
ଆଜି ରାଜ୍ୟ ସରକାରଙ୍କ ତୃତୀୟ କୋଭିଡ୧୯ ହସପିଟାଲ ସୋଆ କ୍ୟାମ୍ପସ-୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ହସପିଟାଲରେ ୫୦୦ଟି ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏମସିଏଲ ସହଯୋଗିତାରେ ଏହା ନିର୍ମାଣ କରାଯାଇଛି ।
ତେବେ ବର୍ତ୍ତମାନ ରାଜ୍ୟରେ ତିନୋଟି ସ୍ଥାନରେ ଦିନକୁ ୩୦୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଉଥିବା ବେଳେ ଆଗାମୀ ୫ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ଭିମସାର ବୁର୍ଲା, ଏମକେସିଜି ବ୍ରହ୍ମପୁରରେ କୋଭିଡ୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ ।
BREAKING NEWS
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..

Comments are closed.