Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ।’ ଏମିତି କିଛି କହି ମୁଖ୍ୟମନ୍ତ୍ରୀଙ୍କ ଗତକାଲି ରୋଡ ଶୋ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ।

ସାଲିଆ ସାହିରେ ହେମାମାଳୀନିଙ୍କ ସହ ବିଜୟ ସଂକଳ ସମାବେଶରେ ଯୋଗ ଦେଇଛନ୍ତି ସାଂସଦ ଅପରାଜିତା ମହାନ୍ତି । ସେଠି ସେ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଭରସା ନାହିଁ ।’

ସେ ଆହୁରି ମଧ୍ୟ ରାଜ୍ୟ ସରକାରଙ୍କ ଜାଗା ମିଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ‘ବିଜେଡି ସରକାର ବସ୍ତିବାସିନ୍ଦାକୁ ମିଛ ପଟା ବାଣ୍ଟିଛନ୍ତି । ବସ୍ତିରେ ରାଜ୍ୟ ସରକାର ବାରମ୍ବାର ପଟା ବଣ୍ଟନ କରୁଥିବା ଦେଖାଯାଉଛି । ପଟା ତ ଥରେ ଦିଆଯାଏ, ଏତେ ଥର ସମାନ ଲୋକଙ୍କୁ କାହିଁକି ଦିଆଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦିଆଯାଉଥିବା ପଟା ଦେଖିବା ପରେ ଜଣାପଡ଼ିଲା, ତାହା ଅସଲି ନୁହେଁ । ପଟାରେ ପ୍ଲଟ ନମ୍ବର କି ଖାତା ନମ୍ବର ନାହିଁ, ସେଇଟି ଫଲ୍‌ସ ପଟା । ଲୋକଙ୍କୁ ଫଲ୍‌ସ ପଟା ବାଣ୍ଟି ଭୁଆଁ ବୁଲାଇଛି ବିଜେଡି ସରକାର ।ରାଜ୍ୟରେ ବିଜେପି ସରକାର ଆସିଲେ ୬ଶହ ବର୍ଗଫୁଟର ଅସଲି ପଟା ଦିଆଯିବ ।

ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି । ହିସାବ ଦେଖିଲେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି । ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ । ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ବେଲି ଜନସାଧାରଣଙ୍କୁ ପଚାରିଲେ ଅପରାଜିତା ।

Leave A Reply

Your email address will not be published.