Latest Odisha News

BREAKING NEWS

ଗଡ଼ିଲା ‘କାଳିଆ ରଥ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷକ ସଶକ୍ତିକରଣ ନିମନ୍ତେ ଓଡ଼ିଶାର ଅଗ୍ରଣୀ ଯୋଜନା ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଲାଗି ଆଜିଠୁ ଗଡ଼ିଲା ‘କାଳିଆ ରଥ’ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୨୦ଟି ‘କାଳିଆ ରଥ’ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶନିବାର ଦିନ ‘କାଳିଆ ରଥ’ ପରିକ୍ରମାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି ରଥ ଗୁଡ଼ିକ ପ୍ରତି ପଞ୍ଚାୟତ ପରିକ୍ରମା କରିବା ସହିତ କାଳିଆ ଯୋଜନା ସମ୍ପର୍କରେ ରାଜ୍ୟର କୃଷକମାନଙ୍କୁ ସଚେତନ କରାଇବ ।
ଏଠାରେ ଉଲ୍ଲେଖଯୋଗ୍ୟ ଏହି ‘କାଳିଆ’ ଯୋଜନାରେ ୧ମ କିସ୍ତିରେ ୧୨ ଲକ୍ଷ ୪୫ ହଜାରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି ୬୨୨ କୋଟିରୁ ଅଧିକ ସହାୟତା ରାଶି ବୋଲି ସୂଚନା ମିଳିଛି ।

ଏହି ଯୋଜନାରେ ୧ମ କିସ୍ତିରେ ମଧ୍ୟ ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ଏବର୍ଷ ପ୍ରାୟ ୨୫୦ କୋଟି ଟଙ୍କାର ସହାୟତା ବୋଲି ସୂଚନା ମିଳିଛି ।

ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆବର୍ଷ ଦିନ କାଳିଆ ଯୋଜନାରେ ମିଳିବ ଚାଷୀଙ୍କୁ ବିଭିନ୍ନ ସହାୟତା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.