Latest Odisha News

BREAKING NEWS

୨୮ ପୌର ପ୍ରଶାସନ ସେବା ଓ ୧୨ ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଉନ୍ନତି ଭବନରେ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ପୌର କ୍ୟାଡରଭୁକ୍ତ ନୂତନ ଭାବେ ଓପିଏସସି ଦ୍ୱାରା ଚୟନ ହୋଇଥିବା ୨୮ ଜଣ ଓଡିଶା ପୌର ପ୍ରଶାସନ ସେବା ଅଧିକାରୀ ଏବଂ ୧୨ ଜଣ ଓଡିଶା ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତ କରିଛନ୍ତି ।

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ରୂପାନ୍ତରଣ ଯାତ୍ରୀରେ ଅଂଶୀଦାର ହେବା ପାଇଁ ପ୍ରତିଭା ସମ୍ପର୍ଣ୍ଣ ଯୁବ ଅଧିକାରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ମୋ ସରକାର ଓ ଫାଇଭ-ଟି ଧାରା ରେ କାର୍ଯ୍ୟକରିୁ ସହରାଞ୍ଚଳର ପୌର ଶାସନ ବ୍ୟବସ୍ଥାକୁ ଏତ ନୂତନ ସ୍ତରକୁ ନେବା ପାଇଁ ଉପଦେଶ ଦେଇଥିଲେ ।

ଏତଦ୍‌ବ୍ୟତିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ୍ତ ‘ଉନ୍ନତି ଭବନ ’ ନାମରେ ଏକ ବହୁତଳ ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିଣ କରିଛନ୍ତି । ଏହି ଅଟ୍ଟାଳିକା ବିଭାଗ ଅଧିନରକେ ଥିବା ବିଭିନ୍ନ କାର୍ଯ୍ୟାଳୟ ଯଥା ଓଡିଶା ୱାଟେର ସାପ୍ଲାଇ ଆଣ୍ଡ ସ୍ୱରେଜ ବୋର୍ଡ, ପବ୍ଲିକ ହେଲଥ୍ ଇଂଜିନିୟରିଂ ଅର୍ଗନାଇଜେସନ୍‌, ୱାଟ୍ -କୋ , ଆବାଶ ମିଶନ , ଜାଗା ମିଶନ ଭଳି ଅନୁଷ୍ଠାନ ଗୁଡିକ ଅବସ୍ଥିତ ରହି ସମନ୍ୱିତ ଭାବରେ କାର୍ଯ୍ୟ କରି ପୌର ସେବା ପ୍ରଦାନରେ ଉନ୍ନତି ଆଣଇପାରିବ । ଏହି ଅବସରରେ ବସ୍ତି ରୂପାନ୍ତରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଜାଗା ମିଶନ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଏଥିସହିତ ରାଜ୍ୟର ପ୍ରତ୍ୟେକ ଗୃହକୁ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ଭାବରେ ପାନୀୟ ଜଳ ଯୋଗାଣ ନିମନ୍ତେ ଆରମ୍ଭ କରାଯାଇଥିବା ଡ୍ରିକିଂ ୱାଟେର ଫ୍ରେମ୍ ଟେପ୍ ମିଶନ ଏବଂ ୨୪ ଘଣ୍ଟିଆ କ୍ୱାଲିଟୀ ଡ୍ରିକିଂ ୱାଟେର୍ ସପ୍ଲାଇ ଯୋଜନାରେ କାର୍ଯ୍ୟରତ ୱାଟ୍‌କୋ କର୍ପୋରେଟ୍ କାର୍ଯ୍ୟଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଥିଲେ ।

ରାଜ୍ୟରେ ନାଗରିକ କୈନ୍ଦ୍ରିକ ପୌର ସେବା ଓ ଉତ୍ତମ ଶାସନ ପ୍ରଦାନ ନିମନ୍ତେ ଗୃହ ନିର୍ମାଣ ଓ ନଗରନ୍ନ୍‌ୟନ ବିଭାଗକୁ ପକ୍ଷରୁ ପ୍ରଚେଷ୍ଠା ଜାରି ରହିଛି । ବିଭାଗର ଉତ୍ତମ ପୌର ସେବା ପ୍ରଦାନ ନିମନ୍ତେ କେବଳ ଦେଶ ନୁହେଁ ବରଂ ଦେଶ ବାହାରେ ମଧ୍ୟ ପ୍ରଶଂସିତ ହୋଇଛି ।

ବିଭାଗ ବୈପ୍ଲବିକ ବସ୍ତି ରୂପାନ୍ତରିଣ ପ୍ରଚେଷ୍ଟା ଆଜି ଆଦର୍ଶ ଭାବେ ପରିଗଣିତ ହୋଇଛି । ସମ୍ପ୍ରତି ଜାଗା ମିଶନ ଜରିଆରେ ପ୍ରଯୁକ୍ତ ବିଦ୍ୟାର ବିନିଯୋଗ ନିମନ୍ତେ ବିଭାଗକୁ ଜିଓ ଷ୍ପେକ୍ଟରାଲ ଆୱାଡ୍ ସହିତ ୱାର୍ଲ୍ଡ ହ୍ୟାବିଟେଟ୍ ଆୱାର୍ଡ -୨୦୧୯ ପ୍ରାପ୍ତ ହୋଇଛି ।

Leave A Reply

Your email address will not be published.